ମହିଳା ସିପାହୀକୁ ଦୁଷ୍କର୍ମ କରି ଫଟୋ ଭାଇରାଲ କଲା ସିପାହୀ

ଉତ୍ତରପ୍ରଦେଶ,୨୨/୦୮(ଗ୍ରାଉଣ୍ଡଜିରୋ ଲାଇଭ) :
ତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାର ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ଆମ ସମାଜକୁ କଳଙ୍କିତ କରିଛି  । ଏହି ଘଟଣାରେ ଖୋଦ ରକ୍ଷକ ଆଉ ଜଣେ ରକ୍ଷକର ଭକ୍ଷକ ସାଜିଛି  । ଯଦି ରକ୍ଷକ ଭକ୍ଷକ ସାଜେ ସେ ପୁଣି ଅନ୍ୟ ଜଣେ ରକ୍ଷକର , ତେବେ ସାଧାରଣ ଜନତାଙ୍କ ସୁରକ୍ଷା କଥା କିଏ କହିବ  । ୟୁପିର ରାବର୍ଟ୍ସଗଂଜ କୋତବାଲୀରେ କର୍ଯ୍ୟରତ ସିପାହୀ ରାଧେଶ୍ୟାମଙ୍କ ଉପରେ ଜଣେ ମହିଳା ସିପାହୀ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି  । ପୁଲିସ ଆରୋପୀ ସିପାହୀ ବିରୁଦ୍ଧରେ ମାମଲା ରୁଜୁ କରିଛି  । ମହିଳାଙ୍କ ଆରୋପ ଅଭିଯୁକ୍ତ ସିପାହୀ ତାଙ୍କୁ ବନାରସ ବୁଲାଇବା ପାଇଁ ନେଇଥିଲା ଏବଂ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲା  । ଏହାପରେ ତାଙ୍କର ଅଶ୍ଲୀଳ ଫଟୋକୁ ଭାଇରାଲ କରିଥିବା ମହିଳା ସିପାହୀ ଜଣକ ଅଭିଯୋଗ ଅାଣିଛନ୍ତି  ।

Leave a Reply

Your email address will not be published. Required fields are marked *