୧୦୦ ବର୍ଷର ମହିଳାଙ୍କୁ ଦୁଷ୍କର୍ମ କଲା ୨୦ ବର୍ଷର ଯୁବକ

କଲିକତା, ୨୫/୧୦(ଗ୍ରାଉଣ୍ଡଜିରୋ ଲାଇଭ) :
ପଶ୍ଚିମବଙ୍ଗରୁ ଆଉ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ଏକ ୨୦ ବର୍ଷ ଯୁବକ ଜଣେ ୧୦୦ ବର୍ଷର ମହିଳାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଗିରଫ ହୋଇଛି । ଏହି ଯୁବକଙ୍କ ନାମ ହେଉଛି ଅର୍ଘା ବିଶ୍ବାସ ଓରଫ ଅଭିଜିତ । ବୃଦ୍ଧାଙ୍କୂ ଦୁଷ୍କର୍ମ କରୁଥିବା ସମୟରେ ବୃଦ୍ଧାଙ୍କ ପରିବାର ହାତରେ ଧରାପଡିଥିଲେ ଯୁବକ । ପୁଲିସ ଆରୋପୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାଟି ସୋମବାର ରାତିରେ ଘଟିଥିଲା। ଆରୋପୀ ଗଙ୍ଗାପ୍ରସାଦ ଅଞ୍ଚଳର ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *