ନୂଆ ଗାଲଫ୍ରେଣ୍ଡ ପାଇଁ ୨୮ବର୍ଷୀୟ ପତ୍ନୀଙ୍କୁ ଛାଡିଦେବ ୮୭ବର୍ଷର ବୃଦ୍ଧ

ରୁଷ,୧୪/୦୯(ଗ୍ରାଉଣ୍ଡଜିରୋ ଲାଇଭ):
ରୁଷର ରାଜଧାନୀ ମସ୍କୋରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ନୂଆ ଗାଲଫ୍ରେଣ୍ଡ ପାଇଁ ଜଣେ ୮୭ ବର୍ଷୀୟ ବୃଦ୍ଧ ନିଜ ୨୮ ବର୍ଷୀୟ ପତ୍ନୀଙ୍କଠାରୁ ଛାଡ଼ପତ୍ର ମାଗିଛନ୍ତିି । ତାଙ୍କୁ ଆଉ ଏକ ନୂଆ ଗର୍ଲଫ୍ରେଣ୍ଡ୍‌ ମିଳିଯାଇଥିବାରୁ ସେ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଛନ୍ତି ବୋଲି ବୃଦ୍ଧ ଜଣଙ୍କ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସୂଚନାନୁସାରେ, ମସ୍କୋରେ ରହୁଥିବା ଇଓ୍ବାନ କ୍ରାସ୍କୋ ହେଉଛନ୍ତି ଜଣେ ଥିଏଟର ଅଭିନେତା । ସେ ୧୪୦ରୁ ଅଧିକ ରୁଷିଆନ୍‌ ଓ ସୋଭିଏତ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି । ୨୦୧୫ରେ ୮୪ ବର୍ଷ ବୟସରେ ନିଜଠାରୁ ୬୦ବର୍ଷ ସାନ ୨୪ ବର୍ଷୀୟ ନତାଲିୟାଙ୍କୁ ଚତୁର୍ଥ ବିବାହ କରିଥିଲେ । ତାଙ୍କୁ ବିବାହ କରିବାର ୫ ବର୍ଷ ପୂର୍ବରୁ ଇଓ୍ବାନ ଜେଜେବାପା ହୋଇସାରିଥିଲେ । ଏହାସତ୍ତ୍ୱେ ବି ସେ ଚାହୁଁଥିଲେ କି ନତାଲିଆଙ୍କ ଔରସରୁ ତାଙ୍କର ଏକ ସନ୍ତାନ ଜନ୍ମ ନେଉ । କିନ୍ତୁ ନତାଲିଆ ଏହା ଚାହୁଁନଥିଲେ । ଏଥିପାଇଁ ସେ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିବାକୁ ଚାହୁଁ ନ ଥିଲେ । ଇଓ୍ବାନ କହିଛନ୍ତି, ତାଙ୍କୁ ଏବେ ୟୁୁଲିଆ ନାମକ ନୂଆ ପ୍ରେମିକା ମିଳିଯାଇଛି । ସେ ନତାଲିଆଙ୍କଠାରୁ ବୟସରେ ଗୋଟିଏ ବର୍ଷ ସାନ ।

Leave a Reply

Your email address will not be published. Required fields are marked *