ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୫ଜଣଙ୍କର ମୃତ୍ୟୁ ! ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାୟଗଡା, ୦୩/୦୯(ଗ୍ରାଉଣ୍ଡଜିରୋ ଲାଇଭ) :
ରାୟଗଡା ଜିଲ୍ଲାର ବିଷମକଟକ ଠାରେ ନିର୍ମାଣଧୀନ ଏକ ପାଇଖାନା ଟାଙ୍କିରେ ପଡିଯିବାରୁ ଶ୍ୱାସରୁଦ୍ଧ ହୋଇ ୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ସୂଚନାନୁସାରେ, ନିର୍ମାଣଧୀନ ପାଇଖାନା ଟାଙ୍କିକୁ ଜଣେ ମହିଳା ଶ୍ରମିକ ଯାଇଥିଲେ । ଟାଙ୍କି ଭିତରୁ ମହିଳା ଜଣଙ୍କ ବାହାରି ନପାରିବାରୁ ତିନିଜଣ ଶ୍ରମିକ ଓ ଜଣେ ମିସ୍ତ୍ରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଫେରି ନଥିଲେ । ସେମାନଙ୍କ ମଧ୍ୟରୁ ଶ୍ୱାରରୁଦ୍ଧ ହୋଇ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *