୧୦ମ ଦିନରେ ସ୍ୱର୍ଣ୍ଣ ପଦକର ଚୌକା

ଅଷ୍ଟ୍ରେଲିଆ,୧୪/୦୪(ଗ୍ରାଉଣ୍ଡଜିରୋ ଲାଇଭ): ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାର ୧୦ମ ଦିନରେ ଭାରତକୁ ୪ଟି ସ୍ୱର୍ଣ୍ଣ ପଦକ ମିଳିଛି । ୧୦ମ ଦିନ ଆରମ୍ଭରେ ୪୮ କିଲୋଗ୍ରାମ ବର୍ଗରେ ମେରି କମଙ୍କୁ ସ୍ୱର୍ଣ୍ଣ ପଦକ ଜିତି ଭାରତର ଖାତା ଖୋଲିଥିଲେ । ଆୟାରଲାଣ୍ଡର କ୍ରିଷ୍ଟିନା ଓହାରାଙ୍କୁ ୫-୦ ରେ ହରାଇ ମେରି କମ ସ୍ୱର୍ଣ୍ଣ ପଦକ ହାସିଲ କରିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ମେରି କମଙ୍କର ପ୍ରଥମ ପଦକ । ପରେ ପରେ ଭାରତୀୟ ଖେଳାଳି ଅମିତ ୪୬-୪୯ ବର୍ଗୀୟ ବକ୍ସିଂ ପ୍ରତିଯୋଗୀତାରେ ଇଂଲଣ୍ଡର ଗଲାଲ ୟାଫିଙ୍କଠାରୁ ୩-୧ରେ ପରାସ୍ତ ହୋଇଥିବାରୁ ରୋପ୍ୟ ପଦକ ମିଳିଥିଲା । ପୁରୁଷ ବକ୍ସିଂର ୫୨ କିଲୋଗ୍ରାମ ବର୍ଗରେ ଗୌରବ ସୋଲଙ୍କୀ ଆୟାରଲ୍ୟାଣ୍ଡର ବ୍ରେଣ୍ଡନ ଇର୍ବିନଙ୍କୁ ଫାଇନାଲ ମ୍ୟାଚରେ ୪-୧ରେ ପରାସ୍ତ କରି ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ବେଳେ ୬୦ କେଜି ବର୍ଗର ଫାଇନାଲ ମ୍ୟାଚରେ ମନିଷ କୌଶିକଙ୍କୁ ରୋପ୍ୟ ପଦକ ମିଳିଛି । ଅଷ୍ଟ୍ରେଲିଆର ହେରି ଗ୍ରସାଇଡଙ୍କଠାରୁ ୩-୨ରେ ପରାସ୍ତ ହୋଇ ମନିଷଙ୍କୁ ରୋପ୍ୟ ପଦକରେ ହିଁ ସନ୍ତୁଷ୍ଟ ହେବାକୁ ପଡିଛି । ସେହପରି ଭାରତୀୟ ଖେଳାଳି ସଂଜିବ ରାଜପୁତ ୫୦ ମିଟର ରାଇଫଲ ଚାଳନାର ଫାଇନାଲ ରାଉଣ୍ଡରେ ୪୫୪.୫ ପଏଣ୍ଟ କରି ପ୍ରଥମ ସ୍ଥାନରେ ରହି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୨୫ କିଲୋଗ୍ରାମ ବର୍ଗୀୟ ଫ୍ରିଷ୍ଟାଇଲ କୁସ୍ତିରେ ଫାଇନାଲ ମ୍ୟାଚରେ ସୁମିତ ମଲିକଙ୍କ ବିପକ୍ଷରେ ଥିବା ନାଇଜେରିଆର ସିନିବୀ ବୋଲ୍ଟିକ ଶରୀରରେ ଆଘାତ କାରଣରୁ ମ୍ୟାଚ ଖେଳିପାରି ନଥିଲେ । ତେଣୁ ସୁନିଲ ମଲିକଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ଆଜିର ୪ଟି ସ୍ୱର୍ଣ୍ଣ ପଦକକୁ ମିଶାଇ ଭାରତକୁ ୨୧ଟି ସ୍ୱର୍ଣ୍ଣ ପଦକ ମିଳିଛି । ବର୍ତ୍ତମାନ ସୁଦ୍ଧା ଭାରତକୁ ମୋଟ ୪୮ଟି ପଦକ ମିଳିଥିବା ବେଳେ ସେଥିରେ ୨୧ଟି ସ୍ୱର୍ଣ୍ଣ, ୧୩ଟି ରୋପ୍ୟ, ୧୪ଟି କାଂସ୍ୟ ପଦକ ରହିଛି ।

Leave a Reply

Your email address will not be published. Required fields are marked *