ହାଇକୋର୍ଟ ଆଇନଜୀବୀଙ୍କୁ ମାଡ ମାରିବା ଘଟଣାରେ ୩ପୁଲିିସ ସସପେଣ୍ଡ

କଟକ, ୩୦/୦୮(ଗ୍ରାଉଣ୍ଡଜିରୋ ଲାଇଭ) :

ଟକ ଚାଉଳିଆଗଞ୍ଜ ଥାନା ନିକଟରେ ଜଣେ ଆଇନଜୀବୀଙ୍କୁ ମାଡ ମାରିବା ଘଟଣାରେ ଅଭିଯୁକ୍ତ ୩ଜଣ ପୁଲିସଙ୍କୁ ସସପେଣ୍ଡ କରାଯାଇଛି । ଏହି ଘଟଣାକୁ କେନ୍ଦ୍ରକରି କଟକ ଓ ଭୁବନେଶ୍ୱରରେ ଆଜି ଆଇନଜୀବୀଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ସୂଚନାଯୋଗ୍ୟ, ସାମାନ୍ୟ ଘଟଣାକୁ କେନ୍ଦ୍ରକରି କଟକରେ ଜଣେ ଆଇନଜୀବୀଙ୍କୁ ମାଡ ମାରିବା ଅଭିଯୋଗ ହୋଇଥିଲା । ଗତକାଲି ଆରଟିଓ ଅଫିସ ସାମନାରେ ଗୋଟିଏ ପୁଲିସ ଭ୍ୟାନଙ୍କୁ ଜାଳିଦେବା ଘଟଣା ମଧ୍ୟ ସାମନାକୁ ଆସିଥିଲା । ଏହି ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଆଜି କଟକ ଡିସିପିିଙ୍କ ପକ୍ଷରୁ ୩ଜଣ ପୁଲିସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *