ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି, ବମିଖାଲକୁ ସିଲ କଲା ବିଏମସି

ଭୁବନେଶ୍ୱର, 03 ଏପ୍ରିଲ:

ଭୁବନେଶ୍ୱରରେ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତ ଭୁବନେଶ୍ୱର ବମିଖାଲ ଅଞ୍ଚଳର । ୩ ଆକ୍ରାନ୍ତ ନେଇ ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ । ତେବେ ୩ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି ।ତେବେ ରାଜ୍ୟର ୯ ପଜିଟିଭ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣ ଆକ୍ଟିଭ ଅଛନ୍ତି ଅର୍ଥାତ ଚିକିତ୍ସାଧୀନ ଅଛନ୍ତି । ଗତ ଏପ୍ରିଲ ୧ ତାରିଖରେ ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରେ ୫ମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି କଟକରେ ଷଷ୍ଠ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଉ ବର୍ତ୍ତମାନ ଭୁବନେଶ୍ୱର ବମିଖାଲରେ ୩ ଜଣ ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।

ବମିଖାଲ  ଅଞ୍ଚଳରୁ ୩ କରୋନା ପଜିଟିଭ୍ ଚିହ୍ନଟ ପରେ ରାଜ୍ୟ ସରକାରଙ୍କ ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରିବା ସହ ପୂରା ବମିଖାଲକୁ ସିଲ୍ କରାଯାଇଛି । ଏକ୍ରାମ ହଲଠୁ ଝାରପଡ଼ା କେନାଲ ରୋଡ୍ ସିଲ, ଝାରପଡ଼ା କେନାଲ ରୋଡଠୁ ଝାରପଡ଼ା ଦୁର୍ଗାମଣ୍ଡପ ସିଲ୍, ଝାରପଡ଼ା ଦୁର୍ଗାମଣ୍ଡପଠୁ କଟକ-ପୁରୀ ରୋଡ୍ ଡିବିସି ବ୍ୟାଙ୍କ ସ୍କୋୟାର ସିଲ୍ ହୋଇଥିବାବେଳେ କଟକ-ପୁରୀ ରୋଡ୍ ଡିବିସି ବ୍ୟାଙ୍କ ସ୍କୋୟାରଠୁ ଏକାମ୍ର ହଲ ଯାଏଁ ସିଲ କରିଛି ବିଏମସି ।

Leave a Reply

Your email address will not be published. Required fields are marked *