ଗଗନାୟନ ମିଶନ ପାଇଁ ମହାକାଶକୁ ଯିବେ ୩ ମହାକାଶଚାରୀ

ନୂଆଦିଲ୍ଲୀ,୨୮/୧୨(ଗ୍ରାଉଣ୍ଡଜିରୋ ଲାଇଭ) :  ଭାରତୀୟ ମହକାଶ କାର୍ଯ୍ୟକ୍ରମକୁ ନେଇ ଆଉ ପାଦେ ଆଗକୁ ଯାଇଛି ମୋଦି ସରକାର । ୩ ଜଣ ମହାକଶକାରୀଙ୍କୁ ମହାକାଶ ପଠାଇବ ଭାରତ । ଏହି କାର୍ଯ୍ୟକ୍ରମର ନାଁ ରଖାଯାଇଛି ‘ଗଗନାୟନ ମିଶନ’। ୭ଦିନ ପାଇଁ ଏହି ବୈଜ୍ଞାନିକମାନେ ମହାକାଶ ଯାତ୍ରା କରିବାକୁ ୧୦ ହଜାର କୋଟି ଟଙ୍କା ମଧ୍ୟ ମଞ୍ଜୁର କରାଯାଇଛି । ଗଗନାୟନ ପରିଯୋଜନା ମହାକାଶକୁ ମାହକାଶଚାରୀ ପଠାଇବା କ୍ଷେତ୍ରରେ ଭାରତ ପାଇଁ ନୂଆ ମାଇଲଖୁଣ୍ଟ ତିଆରୀ କରିବ । ଏହା ସହ ଭାରତ ମହାକାଶକୁ ମାନବ ପଠାଇବାରେ ବିଶ୍ୱର ୪ର୍ଥ ଦେଶ ହେବ । 

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସ୍ବାଧିନତା ଦିବସ ଅବସରରେ ଲାଲକିଲାଠାରେ ଉଦ୍‌ବୋଧନ ଦେବା ଅବସରରେ କହିଥିଲେ ଭାରତ ୨୦୨୨ ସୁଦ୍ଧା ମହାକାଶକୁ ମାନବ ପ୍ରେରଣ କରିବାର ସ୍ବପ୍ନକୁ ପୂରଣ କରିବ। ଯାହା ପାଇଁ ସରକାର କାମ ଆରମ୍ଭ କରି ସାରିଛନ୍ତି। ଏହି ଅବସରରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଅଧ୍ୟକ୍ଷ କେ ଶିବନ୍‌ କହିଛନ୍ତି ଗଗନଯାନ ପାଇଁ ଢାଞ୍ଚା ଓ ଯୋଜନା ପ୍ରସ୍ତୁତ ହୋଇସାରିଛି। ମହାକାଶରେ ବଡ ରକେଟ ଜିଏସଏଲଭି ଏମକେ ୧୧୧ କୁ ସ୍ଥାପନା କରିବା ନେଇ ଇସ୍ରୋ ଆଶାବାଦୀ ଅଛି  । ଏହା ସହ ଆସନ୍ତା କିଛି ବର୍ଷ ମଧ୍ୟରେ ୩ ଜଣ ମହାକାଶଚାରୀଙ୍କୁ ପଠାଇବାର ଲକ୍ଷ୍ୟ ରଖିଛି ।

ଇସ୍ରୋ ଏହାର ମହାକାଶଚାରୀ ଦଳର ନାମ ଭ୍ୟୋମନଟ ରଖିବାକୁ ଯାଉଥିବା ମଧ୍ୟ ଜଣାପଡିଛି । ଭ୍ୟୋମନଟ ସଂସ୍କୃତ ଶବ୍ଦରୁ ଉଦୃତ ଭ୍ୟୋମ ଯାହାର ଅର୍ଥ ହେଉଛି ଅନ୍ତରୀକ୍ଷ ।

 

Leave a Reply

Your email address will not be published. Required fields are marked *