ବଲାଙ୍ଗୀରରେ ୧୫୫୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ବଲାଙ୍ଗୀର,୧୫/୧(ଗ୍ରାଉଣ୍ଡଜିରୋ ଲାଇଭ):
ବଲାଙ୍ଗୀର ଆୟୋଜିତ ସରକାରୀ କାର୍ଯ୍ୟକ୍ରମ ଅବସରରେ ମୋଦି ୧୫୫୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଗୋଟିଏ ମାସରେ ତୃତୀୟ ଥର ପାଇଁ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ବଲାଙ୍ଗୀରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । 
ଓଡ଼ିଶାର ପଶ୍ଚିମାଞ୍ଚଳରେ ଶିକ୍ଷା, ଯୋଗାଯୋଗ, ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିବା ସହିତ ପୂର୍ବ ଭାରତର ବିକାଶ ସହ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସର୍ବଦା ଉଦ୍ୟମ କରୁଥିବା ମୋଦି ଉଦ୍‌ବୋଧନ ଦେଇ କହିଛନ୍ତି । ଏହି ଅବସରରେ  ରାୟଗଡ଼ାଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍‌ଘାଟନ, ସୁବର୍ଣ୍ଣପୁରଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କରିବା ସହିତ ବଲାଙ୍ଗୀର-ବିଛୁପାଲ୍ଲୀ ରେଳଷ୍ଟେଶନ ମଧ୍ୟରେ ନୂଆ ରେଳପଥକୁ ସବୁଜ ପତାକା ଦେଖାଇ ରେଳ ଚଳାଚଳନ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *