୧୯୯୮ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବାଙ୍କୀ, ତା.୨୮/୦୧(ଗ୍ରାଉଣ୍ଡ ଜିରୋ ଲାଇଭ):
କଟକ ଜିଲ୍ଲା ବାଙ୍କୀ ବ୍ଲକ ଶିଶୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୯୯୮ ପଂଚମ ଶ୍ରେଣୀ ବ୍ୟାଚ ଛାତ୍ରଛାତ୍ରୀମାନଙ୍କର ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ସମସ୍ତ ବନ୍ଧୁୁମାନେ ପରସ୍ପରକୁ ଆଲିଙ୍ଗନ କରି ସ୍ୱାଗତ କରିବା ସହ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ । ଦୀର୍ଘ ୨୨ ବର୍ଷ ପରେ ପ୍ରଥମ ବନ୍ଧୁ ମିଳନ ପର୍ବ ଅଂଶୁପା ଠାରେ ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ପ୍ରତି ବର୍ଷ ଏହି ବନ୍ଧୁ ମିଳନ ପର୍ବକୁ ଜାରି ରଖିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଗିରିଶ ବେହେରା, ପ୍ରସନ୍ନ ବେହେରା, ଗଦାଧର ବେହେରା, ରାମଚନ୍ଦ୍ର ଦାସ, ରମାକାନ୍ତ ପ୍ରଧାନ, ଦୀପକ ରାଉତ, ସରୋଜ ବେହେରା, ରୋହିତ ବେହେରା, ଚନ୍ଦନ ପରିଡା, ଅମିତ ରାଉତ, ତୃପ୍ତିମୟୀ ସ୍ୱାଇଁ, ରଶ୍ମିତା ବେହେରା, ସୁନୀତା ବେହେରା, ମାନିନୀ ବେହେରା, ପୁଷ୍ପଲତା ବେହେରା, ସର୍ମିଷ୍ଠା ସ୍ୱାଇଁ, ସଂଯୁକ୍ତା ପରିଡା, ପୁଷ୍ପଲତା ବେହେରାଙ୍କ ସମେତ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *