୧୦ ବର୍ଷର ଝିିଅକୁ ଦୁଷ୍କର୍ମ କରିବାରୁ ଦଣ୍ଡ ମିଳିଲା ୧୬୦ ବର୍ଷ ଜେଲ

ଆମେରିକା,୨୨ା୯(ଗ୍ରାଉଣ୍ଡ ଜିରୋ ଲାଇଭ) :
ଆମେରିକାର ଏକ ଅଦାଲତ ୧୦ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଦୋଷୀକୁ ୧୬୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅଟଲାଣ୍ଟାର ଅଦାଲତ ଆରୋପୀକୁ ୧୩୬ ବର୍ଷ ପର‌୍ୟ୍ୟନ୍ତ ଜାମିନ ନଦେବା ପାଇଁ ଆଦେଶ ଦେଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ନିକୋଲସ ଡିୟୋନ (୩୪ ବର୍ଷ) ନିଜର ପ୍ରେମିକାର ୧୦ ବର୍ଷର ଝିଅ ସହ ଅନେକଥର ଦୁଷ୍କର୍ମ କରିଥିଲା । ଏହା ମଧ୍ୟରେ ପୀଡିତା ଜଣକ ଗୋଟିଏ ପିଲା ଜନ୍ମ ଦେଇଥିଲା । ପ୍ରଥମଥର  ଆରୋପୀ ଯେବେ ଝିଅଟିକୁ ଦୁଷ୍କର୍ମ କରିଥିଲା ସେତେବେଳେ ଝିଅଟିର ବୟସ ଥିଲା ୮ ବର୍ଷ ।

Leave a Reply

Your email address will not be published. Required fields are marked *