ଭୁବନେଶ୍ୱରରେ 16 କରୋନା ସଂକ୍ରମିତ ନୂଆ ରୋଗୀ ଚିହ୍ନଟ

ଭୁବନେଶ୍ବର,05 ଏପ୍ରିଲ:
 ଆଜି ରାଜ୍ୟରେ ଆଉ୧୬ଜଣ କୋଭିଡ-୧୯ ବା କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ରାତି ୯ ଟା ୩୦ ସୁଦ୍ଧା ୩୯ରେ ପହଁଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଆଜି ଅପରାହ୍ନରେ ଭୁବନେଶ୍ବରରୁ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଗୋଟିଏ ଦିନରେ ରାଜ୍ୟରେ ମୋଟ୍‌ ୧୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ରାତିରେ କରୋନା ପଜିଟିଭରେ ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରୁ୧୫ ଜଣ ପୂର୍ବରୁ ସିଲ୍‌ ହୋଇଥିବା ବମିଖାଲ୍‌ ଅଞ୍ଚଳର। ଏବେ ଏହି ଅଞ୍ଚଳର ଥିବା ସମସ୍ତ ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନ୍‌ରେ ରଖାଯିବ। ଜନସାଧାରଣ ଭୟଭୀତ ନହୋଇ ଘରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି କହିଛି। ତେବେ ଆଉ ଜଣେ ବ୍ୟକ୍ତି କେଉଁ ଅଞ୍ଚଳର ଏଯାଏ ଜଣାପଡ଼ି ନାହିଁ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ‘କରୋନା’ ରୋଗୀଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *