୧୫ ବର୍ଷୀୟ ସୁଟର ଜିତିଲେ ସ୍ୱର୍ଣ୍ଣ

ଅଷ୍ଟ୍ରେଲିଆ,୧୩/୦୪(ଗ୍ରାଉଣ୍ଡଜିରୋ ଲାଇଭ): ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୮ର ନବମ ଦିବସରେ ଭାରତୀୟ ସୁଟର ମାନଙ୍କର ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ରହିଛି । ୧୫ ବର୍ଷୀୟ ଭାରତୀୟ ସୁଟର ଅନୀଷ ଭାନବାଲା ୨୫ ମିଟର ରେପିଡ ଫାୟାର ବର୍ଗରେ ବନ୍ଧୁକ ଚାଳନା କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ଭାରତକୁ ୧୬ତମ ସ୍ୱର୍ଣ୍ଣ ପଦକ ମିଳିଛି । ଅନୀଷଙ୍କ ପୂର୍ବରୁ ମହିଳା ୫୦ ମିଟର ବର୍ଗୀୟ ରାଇଫଲ ଚାଳନାରେ ୩୭ ବର୍ଷୀୟ ତେଜସ୍ୱିନୀ ସାୱନ୍ତଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବା ସହ ଅଂଜୁମ ମୌଦଗିଲଙ୍କୁ ରୋପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏହାକୁ ମିଶାଇ ତେଜସ୍ୱିନୀଙ୍କୁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା ରେ ଦୁଇଟି ପଦକ ମିଳିଛି । ବର୍ତ୍ତମାନର ସ୍ୱର୍ଣ୍ଣ ଜିତିବା ପୂର୍ବରୁ ତେଜସ୍ୱିନୀଙ୍କୁ ୫୦ ମିଟର ରାଇଫଲରେ ରୋପ୍ୟ ପଦକ ମିଳିଥିଲା । ସୁଟିଂରେ ଭାରତକୁ ମୋଟ ୧୫ଟି ପଦକ ମିଳିଥିବା ବେଳେ ସେଥିରେ ୬ଟି ସ୍ୱର୍ଣ୍ଣ, ୪ଟି ରୋପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ସାମିଲ ଅଛି । ମୋଟ ଉପରେ ଭାରତକୁ ବର୍ତ୍ତସାନ ସୁଦ୍ଧା ୩୫ଟି ପଦକ ମିଳିସାରିଛି ଯେଉଁଥିରେକି ୧୬ଟି ସ୍ୱର୍ଣ୍ଣ, ୮ଟି ରୋପ୍ୟ ଓ ୧୧ଟି କାଂସ୍ୟ ପଦକ ରହିଛି । ପଦକ ତାଲିକା ଅନୁଯାୟୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପଛକୁ ଭାରତ ତୃତୀୟ ସ୍ଥାନ ବଜାୟ ରଖିଛି ।

Leave a Reply

Your email address will not be published. Required fields are marked *