ବିଜେଡ଼ି ସୁପ୍ରିମୋ ନବୀନଙ୍କ ୧୪ ଜଣିଆ ନୂଆ ମୁଖପାତ୍ର, ଜାଣନ୍ତୁ କିଏ ଆସିଲେ କିଏ ପଡ଼ିଲେ ବାଦ୍ 

ଭୁବନେଶ୍ୱର,୧୨/୧୦(ଗ୍ରାଉଣ୍ଡଜିରୋ ଲାଇଭ) :
ବିଜେଡ଼ି ତାର ୧୪ ଜଣିଆ ନୂଆ ମୁଖପାତ୍ରଙ୍କ ତାଲିକା ପ୍ରକାଶ କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଆଗରୁ ଗଣମାଧ୍ୟମ ପ୍ୟାନେଲିଷ୍ଟ ଥିବା ଦେବାଶିଷ ମାରାଣ୍ଡିଙ୍କୁ ଦଳର ମୁଖପାତ୍ର ଦାୟିତ୍ୱ ଦିଆଯାଇଛି । ସେହିଭଳି ଅମର ପଟ୍ଟନାୟକ ମଧ୍ୟ ଦଳର ମୁଖପାତ୍ର ଦାୟିତ୍ୱ ତୁଲାଇବେ । ଏହି ମୁଖପାତ୍ର ତାଲିକାରୁ ଦଳର ମୁଖ୍ୟ ସଚେତକ ଅମର ସତପଥୀଙ୍କୁ ବାଦ ଦିଆଯାଇ ଅତନୁ ସବ୍ୟସାଚୀ ନାୟକ ଏବଂ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ନୂଆ ମୁଖପାତ୍ର ତାଲିକାରେ ସାମିଲ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ୧୪ ଜଣିଆ ମୁଖପାତ୍ର ତାଲିକାରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ , ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଅରୁଣ କୁମାର ସାହୁ, ରବି ନାରାୟଣ ନନ୍ଦ, ସମୀର ରଂଜନ ଦାଶ, , ସସ୍ମିତ୍ ପାତ୍ର, ସୁଲୋଚନା ଦାସଙ୍କ ନାଁ ପୂର୍ବ ଭଳି ରହିଛି। ସେହିପରି ପୂର୍ବଭଳି ପ୍ୟାନେଲିଷ୍ଟଙ୍କ ତାଲିକାରେ ଲେଲିନ୍ ମହାନ୍ତି. ରାସେଶ୍ୱରୀ ପାଣିଗ୍ରାହୀ, ବ୍ୟୋମକେଶ ରାୟ, ସୁବାସ ସିଂ, ମିହିର ମହାନ୍ତି, ତେଜେଶ୍ୱର ପରିଡ଼ା, ଚିନ୍ମୟ ସାହୁ, ରାଣାପ୍ରତାପ ପାତ୍ର, ସନ୍ତୋଷ ଅମାତ୍ ଓ ସୁଲତା ଦେଓ ରହିଛନ୍ତି । 

Leave a Reply

Your email address will not be published. Required fields are marked *