ମୋଦୀଙ୍କୁ ଫେଲ କରିପାରେ ରାଫେଲ, ସଂପୂର୍ଣ୍ଣ ମୂଲ୍ୟର ବିବରଣୀ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୦୧/୧୧(ଗ୍ରାଉଣଅଡଜିରୋ ଲାଇଭ):
ରାଫେଲ ବିମାନକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ ଝଟକା ଲାଗିଛି । ରାଫେଲ ବିମାନର ସଂପୂର୍ଣ୍ଣ ମୂଲ୍ୟ ବିବରଣୀ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୂଲ୍ୟ ବାବଦ ସଂପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିଲା । ଚୁକ୍ତି ସ୍ୱାକ୍ଷର ସମୟରେ କେତେକ ସର୍ତ୍ତାବଳୀ ରହିଥିଲା ଏବଂ ସେହି ସର୍ତ୍ତାବଳୀ ଅନୁଯାୟୀ ମୂଲ୍ୟ ସମ୍ପର୍କିତ ସଂପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରିହେବ ନାହିଁ । ସଂସଦରେ ମଧ୍ୟ ଏହା ପ୍ରକାଶ କରାଯାଇ ନାହିଁ ବୋଲି ବେଣୁଗୋପାଳ କହିଛନ୍ତି ।

ଚୁକ୍ତିି ସମ୍ପର୍କରେ ସରକାର ଲୋକଙ୍କ ସମ୍ମୁଖରେ ତଥ୍ୟ ରଖିବାକୁ ବାଧ୍ୟ, ଯଦି ସେଭଳି କିଛି ସର୍ତ ରହିଛି ତେବେ ସେ ନେଇ ସତ୍ୟପାଠରେ ଉଲ୍ଲେଖ କରି ଜଣାଇବାକୁ ପଡିବ । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ, ବେଣୁଗୋପାଳଙ୍କ ଜବାବର ଏଭଳି ଉତ୍ତର ରଖିବା ପରେ ମୋଦୀ ସରକାରଙ୍କ ଚିନ୍ତା ବଢିଯାଇଛି । ରାଫେଲ ଦୁର୍ନିତିକୁ କଂଗ୍ରେସ ବଡ ଅସ୍ତ୍ର ଭାବରେ ବ୍ୟବହାର କରିଆସୁଥିବା ବେଳେ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ମୋଦୀ ସରକାରଙ୍କୁ ବଡ ଝଟକା ଦେଇଛି ।

Leave a Reply

Your email address will not be published. Required fields are marked *