ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍

ନଟିଂହ୍ୟାମ, ୧୩/୦୬(ଗ୍ରାଉଣ୍ଡଜିରୋଲାଇଭ):
ବାଧକ ସାଜୁଛି ବର୍ଷା । ଆଜି ବିଶ୍ୱକପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଥିବା ମ୍ୟାଚ ଆରମ୍ଭ ହେବାକୁ ଯାଉଥିବା ବେଳେ ବର୍ଷା ଯୋଗୁଁ ଖେଳ ବିଳମ୍ବ ହୋଇଛି । ପୂର୍ବରୁ ବର୍ଷା ପାଇଁ ୩ଟି ମ୍ୟାଚ୍ ସଂପୂର୍ଣ୍ଣ ବାତିଲ ହୋଇଯାଇଥିଲା । ନଟିଂହ୍ୟାମରେ ଗତ ରାତିଠାରୁ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ମଝିରେ କିଛି ସମୟ ଛାଡି ଯାଇଥିଲା । ଏବେ ପୁଣି ଥରେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଖେଳ ଅରମ୍ଭ ହୋଇପାରି ନାହିଁ ।

Leave a Reply

Your email address will not be published. Required fields are marked *