ଫେବୃଆରୀ ୨୩ରେ ମାଟ୍ରିକ୍ ପରୀକ୍ଷା, ଆଜିଠାରୁ ୱେବସାଇଟରେ ଉପଲବ୍ଧ ଆଡମିଟ୍ କାର୍ଡ

ଭୁବନେଶ୍ୱର, ୦୮/୦୨(ଗ୍ରାଉଣ୍ଡଜିରୋ ଲାଇଭ୍) : ଚଳିତ ବର୍ଷ ମାଟ୍ରକ୍ ପରୀକ୍ଷା ପାଇଁ ଆଜି ଅପରାହ୍ନ ୨ଟାରୁ ଅନଲାଇନରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟwww.bseodisha.comରେ ଛାତ୍ରଛାତ୍ରୀମାନେ ନିଜର ଆଡମିଟ୍ କାର୍ଡ ପାଇପାରିବେ । ଏହାଛଡା ୧୭ତାରିଖରୁ ମଧ୍ୟ ସମସ୍ତ ପରୀକ୍ଷା ସେଣ୍ଟରରେ ଅଫଲାଇନରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ । ଏ ନେଇ ଆଜି ଏକ ପ୍ରେସ ବିବୃତ୍ତିରେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଜାହାନ୍ ଆରା ବେଗମ୍ ସୂଚନା ଦେଇଛନ୍ତି । ଆସନ୍ତା ଫେବୃଆରୀ ୨୩ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ରାଜ୍ୟରେ ମୋଟ ୬ ଲକ୍ଷ ୮ ହଜାର ୫୩ ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ରେଗୁଲାର ପାଇଁ ୨୮୧୮ଟି ସେଣ୍ଟର, ଓପନ ସ୍କୁଲ ପାଇଁ ୧୦୧ଟି ଓ ମଧ୍ୟମ ପାଇଁ ୪୭ଟି ସେଣ୍ଟର ହୋଇଛି । ଚଳିତ ମାସ ୧୭ ତାରିଖ ସୁଦ୍ଧା ନୋଡାଲ ସେଣ୍ଟରରେ ଓଏମଆର ସିଟ୍ ପହଂଚିବାକୁ ସ୍ଥିର ହୋଇଛି । ଫେବୃଆରୀ ୨୨ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଁଚିବ । ପ୍ରତି ପରୀକ୍ଷା ପରେ ସୁରକ୍ଷିତ ଭାବେ ସେଣ୍ଟରରୁ ଉତ୍ତର ଖାତାକୁ ଆଣିବା ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *