ଦୁଷ୍କର୍ମକାରୀ ବାପା, ୧୭ ବର୍ଷର ଝିଅ ୭ ମାସର ଗର୍ଭବତୀ

ପଞ୍ଜାବ,୨୨/୧୨(ଗ୍ରାଉଣ୍ଡଜିରୋ ଲାଇଭ):
ଜଣେ ୧୭ ବର୍ଷର ଝିଅ ୭ ମାସର ଗର୍ଭବତୀ ଥିବା ଜଣା ପଡିଛି । ତାଙ୍କୁ ତାଙ୍କର ବାପା ଓ ତାଙ୍କ ବାପାଙ୍କ ସାଙ୍ଗମାନେ ବାରମ୍ବାର ଦୁଷ୍କର୍ମ କରିଥିବା ପଞ୍ଜାବର ରୂପନଗର ପୁଲିସ ପକ୍ଷରୁ କୁହାଯାଇଛି । ପୁଲିସ ଦୁଇଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ୍ ଫାଇଲ କରିଥିବା କହିଛି । ପୁଲିସର କହିବା ଅନୁସାରେ ଝିଅଟିକୁ ତାର ବାପା ଓ ତାର ବାପାଙ୍କ ଜଣେ ସାଙ୍ଗ, ଯିଏ ତାଙ୍କ ସହିତ ରୁହେ ବାରମ୍ବାର ଦୁଷ୍କର୍ମ କରିଛନ୍ତି । ଝିଅଟି ବର୍ତ୍ତମାନ ୭ ମାସର ଗର୍ଭବତୀ ଥିବା ମଧ୍ୟ ପୁଲିସ ସୁଚନା ଦେଇଛି । ଏକ ମହିଳା ଓ ଶିଶୁ ସଂଗଠନ ଏ ସମ୍ପର୍କରେ ପୁଲିସକୁ ସୁଚନା ଦେଇଥିଲେ । ଏହା ପରେ ପୁଲିସ ଝିଅକୁ ଉଦ୍ଧାର କରିବା ସହିତ ବାପା ଓ ବାପାଙ୍କ ସାଙ୍ଗକୁ ଆଇପିସି ଧାରା ୩୭୬(ରେପ) ଓ ୩୪ ଏବଂ POCSO ଆକ୍ଟ ଅନୁଯାୟୀ ଗିରଫ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *