ଗୁଗୁଲକୁ ୧୩୬ କୋଟି ଜୋରିମାନା

ନୂଆଦିଲ୍ଲୀ, ୦୯/୦୨(ଗ୍ରାଉଣ୍ଡଜିରୋ ଲାଇଭ୍): ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ଗୁଗୁଲ୍ ଉପରେ ୧୩୬କୋଟି ଟଙ୍କାର ଜୋରିମାନା ଧାର୍ଯ୍ୟ କରିଛନ୍ତି । ନିଜର ପ୍ରଭାବଶାଳୀ ସ୍ଥିତିର ଅପବ୍ୟବହାର ଓ ପକ୍ଷପାତିତାପୂର୍ଣ୍ଣ କାର୍ଯ୍ୟ ପାଇଁ ଏହି ଜୋରିମାନା ଧାର୍ଯ୍ୟ କରାଯାଇଛି । ଭାରତର ଆଣ୍ଟିଟ୍ରଷ୍ଟ ୱାଚଡଗ ସିସିଆଇ କହିଛି ଯେ ଗୁଗୁଲ୍ ନିଜର ପ୍ରଭାବଶାଳୀ ଅନଲାଇନ ୱେବ ସର୍ଚ୍ଚକୁ ଅପବ୍ୟବହାର କରିଛି । ମାଟ୍ରିମୋନି ଡଟ୍ କମ୍ ଲିମିଟେଡ ଓ କଞ୍ଜୁମର ୟୁନିଟି ଆଣ୍ଡ ଟ୍ରଷ୍ଟ ସୋସାଇଟି (କଟ୍ସ) ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ସିସିଆଇ ଏହି ଜୋରିମାନା ଧାର୍ଯ୍ୟ କରିଛନ୍ତି । ଏହି ସଂସ୍ଥାଙ୍କ ଅଭିଯୋଗ ଥିଲା ଯେ ଗୁଗୁଲ ଅନଲାଇନ ଜେନେରାଲ ଓ୍ଵେବ ସର୍ଚ୍ଚ ଏବଂ ଓ୍ଵେବ ସର୍ଚ୍ଚ ବିଜ୍ଞାପନ କ୍ଷେତ୍ରରେ ନିଜର ଲୋକପ୍ରିୟତାର ଦୁରୁପଯୋଗ କରିଛି। ଜୋରିମାନା ଅର୍ଥକୁ ୬୦ଦିନ ମଧ୍ୟରେ ଜମା କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *