ଗର୍ଭବତୀ ମହିଳାଙ୍କୁ ଘରେ ବସି ମିଳିବ ଏସବୁ ତଥ୍ୟ । ଜାଣନ୍ତୁ କ’ଣ

ଭୁବନେଶ୍ବର, ୨୩/୧୦(ଗ୍ରାଉଣ୍ଡଜିରୋ ଲାଇଭ) :
ଗର୍ଭବତୀ ଅବସ୍ଥାରେ ମହିଳାମାନେ ନିଜ ପେଟରେ ବଢୁଥିବା ପିଲାଟିର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପଡିଥାନ୍ତି। କିନ୍ତୁ ଏବେ ବୈଜ୍ଞାନିକମାନେ ଏକ ଏଭଳି ସେନସର ବାହାର କରିଛନ୍ତି ଯାହା ସାହାଯ୍ୟରେ ଗର୍ଭବତୀ ମହିଳାଙ୍କୁ ଘରେ ଥାଇ ପିଲାର ହୃଦୟ ସ୍ପନ୍ଦନ ଜାଣିପାରିବେ। ଏହି ଟେକନିକ୍ ସେହି ମହିଳାମାନଙ୍କୁ ବେଶି ଫାଇଦା ଦେବ ଯେଉଁମାନେ ହାଇ ବ୍ଳଡ଼ପ୍ରେସର୍, ଡାଇବେଟିସ ଆଦିରେ ପୀଡ଼ିତ ଥିବେ । ଏହି ମହିଳାମାନଙ୍କୁ ନିୟମିତ ଭାବେ ଡାକ୍ତରୀ ମାଇନାର ଆବଶ୍ୟକତା ପଡ଼ିଥାଏ। ତେଣୁ ଏହା ସେମାନଙ୍କ ପାଇଁ ବହୁତ ଲାଭ ଦାୟକ।

Leave a Reply

Your email address will not be published. Required fields are marked *