ଆଜି ଠାରୁ ସୁପ୍ରିମ କୋର୍ଟରେ ଅଯୋଧ୍ୟା ମାମଲାର ନିୟମିତ ଶୁଣାଣି

ନୂଆଦିଲ୍ଲୀ, ୦୮/୦୨(ଗ୍ରାଉଣ୍ଡଜିରୋ ଲାଇଭ୍) : ରାଜନୈତିକ ସମ୍ବେଦନଶୀଳ ମାମଲା ତଥା ରାମ ଜନ୍ମଭୂମି- ବାବରି ମସଜିତ ଜମି ବିବାଦ ମାମଲାରେ ସମ୍ପୃକ୍ତ ଏକାଧିକ ମହତ୍ୱପୂର୍ଣ୍ଣ ଆବେଦନ ଆଜିଠାରୁ ସୁପ୍ରିମ କୋର୍ଟରେ ଶୁଣାଣି ଆରମ୍ଭ ହେବ। ସର୍ବୋଚ୍ଚ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାର ଶୁଣାଣି କରିବେ। ପୂର୍ବରୁ ଏହି ବେଞ୍ଚ ସୁନ୍ନି ୱାକଫ ବୋର୍ଡ଼ର ଆବେଦନକୁ ଖାରଜ କରିଦେଇଥିଲେ। ଏହି ଆବେଦନରେ ମାମଲାର ଶୁଣାଣି ଆସନ୍ନ ସାଧାରଣ ନିର୍ବାଚନ ପରେ କରିବାକୁ ଅନୁଗ୍ରହ କରାଯାଇ ଥିଲା। ଗତ ବର୍ଷ ୫ ଡିସେମ୍ବରରେ ଏହି ବେଞ୍ଚ ମାମଲାର ଚୂଡ଼ାନ୍ତ ଶୁଣାଣି ୮ ଫେବୃଆରୀରେ ଆରମ୍ଭ କରିବ ବୋଲି ଘୋଷଣା କରିଥିଲେ। ଏ ସମ୍ବନ୍ଧିୟ ସମସ୍ତ ଦସ୍ତାବିଜ୍‌ ନିର୍ଦ୍ଧାରିତ ତାରିଖ ପୂର୍ବରୁ ସୁପ୍ରିମ କୋର୍ଟରେ ଦାଖଲ କରିବାକୁ ଖଣ୍ଡପିଠ ନିର୍ଦେଶ ଜାରି କରିଥିଲା।
ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ରାଜୀବ ଧବନ ଏହି ମାମଲାରେ ଜମିବାଡ଼ି ସମ୍ବନ୍ଧିୟ ମାମଲାରେ ୫ ଅଥବା ୭ରୁ ଊର୍ଦ୍ଧ୍ବ ବିଚାରପତିଙ୍କୁ ନେଇ ଖଣ୍ଡପିଠକୁ ହସ୍ତାନ୍ତର କରିବାକୁ ଗୁହାରି କରିଥିଲେ। ଏହା ବ୍ୟତୀତ ଦେଶର ଧର୍ମନିରପେକ୍ଷତାର ଦ୍ୱାହି ଦେଇ ମାମଲାର ଶୁଣାଣି ୨୦୧୯ ପରେ କରିବାକୁ ଆବେଦନ କରିଥିଲେ। ସୁପ୍ରିମ କୋର୍ଟ ଏଭଳି ଆବେଦନକୁ ଖାରଜ କରିବା ସହ ଏହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ୨୦୧୦ରେ ଶୁଣାଣି ହୋଇଥିବା ମାମଲାର ସମସ୍ତ ଦସ୍ତାବିଜ୍‌ ସୁପ୍ରିମ କୋର୍ଟରେ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ମାମଲାରେ ତିନିଜଣ ପକ୍ଷ ରହିଛନ୍ତି। ସେମାନେ ହେଲେ ରାମ ଲାଲା, ନିର୍ମୋହି ଆଖଡା ଓ ସୁନ୍ନି ୱାକଫ ବୋର୍ଡ। ୨୦୧୦ରେ ଆହ୍ଲାବାଦ ହାଇ କୋର୍ଟଙ୍କ ତିନିଜଣିଆ ଖଣ୍ଡପିଠ ଅଯୋଧ୍ୟାସ୍ଥିତ ବିବାଦୀୟ ମନ୍ଦିର ୨.୭୭ ଏକର ଜମିକୁ ତିନି ପ୍ରମୁଖ ଅଂଶୀଦାର ବାଣ୍ଟିନେବା ଲାଗି କୁହାଯାଇଥିଲା; ମାତ୍ର ଏହାକୁ ଅଂଶୀଦାରମାନେ ଗ୍ରହଣ ନ କରି ସୁପ୍ରିମ କୋର୍ଟର ଦ୍ବାରସ୍ତ ହୋଇଥିଲେ।

Leave a Reply

Your email address will not be published. Required fields are marked *